Surprise Me!

ବ୍ରହ୍ମପୁର Mkcg ମେଡିକାଲ ପରିସରର ମେଡିସିନ ୱାର୍ଡରେ ନିଆଁ

2025-01-07 0 Dailymotion

ବ୍ରହ୍ମପୁର: ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲ ପରିସରର ନୂତନ ମେଡିସିନ୍ ୱାର୍ଡରେ ତୃତୀୟ ମହଲାରେ ରହିଥିବା ସେମିନାର ହଲରେ ଦେଖିବାକୁ ମିଳିଥିଲା ନିଆଁ। ମଙ୍ଗଳବାର ଅପରାହ୍ନରେ ମେଡିକାଲର ନୂତନ ମେଡିସିନ ୱାର୍ଡର ଆଇସିୟୁ ୱାର୍ଡ ପାର୍ଶ୍ବରେ ରହିଥିବା ସେମିନାର ହଲରେ ହଠାତ୍ ନିଆଁ ଦେଖିବାକୁ ମିଳିଥିବା ବେଳେ ଏହା ସର୍ଟସର୍କିଟ କାରଣରୁ ହୋଇଥିବା ଜଣାପଡ଼ିବା ପରେ ସେଠାରେ ଉପସ୍ଥିତ ରହିଥିବା କର୍ମଚାରୀ ମାନେ ମେଡିକାଲ ପରିସରରେ ରହିଥିବା ଅଗ୍ନି ନିର୍ବାପକ ଦୁଇଟି ସିଲିଣ୍ଡର ବ୍ୟବହାର କରି ଲାଗିଥିବା ନିଆଁ କୁ ଆୟତ୍ତ କରିଥିଲେ । ନିଆଁ ଲାଗିଥିବା ଯୋଗୁଁ ସେହି ସେମିନାର ହଲରେ ବହୁ ମାତ୍ରାରେ ଧୁଆଁମୟ ପରିବେଶ ଦେଖିବାକୁ ମିଳିଥିଲା । 


ମୁଖ୍ୟତଃ ସେଠାରେ ରହିଥିବା ଉପସ୍ଥିତ କର୍ମଚାରୀ ମାନଙ୍କ ବୁଦ୍ଧି ପ୍ରୟୋଗ କରି ନିଆଁକୁ ଲିଭାଇ ଦେଇଥିବା ବେଳେ ଏଥିରେ ସେଭଳି କୈାଣସି ବଡ଼ ଧରଣର କ୍ଷୟକ୍ଷତି ହୋଇନଥିବା କହିଛନ୍ତି ଉପସ୍ଥିତ କର୍ମଚାରୀ ମାନେ। 
ପୂର୍ବରୁ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲ ପରିସରର ସୁପର ସ୍ପେଶାଲିଷ୍ଟ ପରିସରରେ ଅଗ୍ନିକାଣ୍ଡ ଠାରୁ ଆରମ୍ଭ କରି ଅନେକ ଘଟଣା ଘଟିଥିବା ଦେଖିବାକୁ ମିଳିଛି।ହେଲେ ପୁଣି ଥରେ ଆଜି ମେଡିକାଲରେ ହୋଇଥିବା ଅଗ୍ନିକାଣ୍ଡ ଘଟଣାରେ କିପରି ଏବଂ କେଉଁ ପରିସ୍ଥିତିରେ ନିଆଁ ଲାଗିଲା ସେ ନେଇ ଅଧିକ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ସମ୍ବାଦଦାତା ସମୀର କୁମାର ଆଚାର୍ଯ୍ୟ।
 
ଇଟିଭି ଭାରତ, ବ୍ରହ୍ମପୁର