ପୁରୀ: ଆଜି ହୋଉଛି ସ୍ଵାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ।ଏହି ଅବସରରେ ଦୁଇ ମହାନ ସ୍ଵାଧୀନତା ସଂଗ୍ରାମୀଙ୍କୁ ସାରା ଦେଶ ମନେପକାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି । ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏହି ଦୁଇ ମହାନ ସ୍ଵାଧୀନତା ସଂଗ୍ରାମୀଙ୍କ ବାଲୁକା କଳା ନିର୍ମାଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ବିସ୍ତୀର୍ଣ୍ଣ ବେଳାଭୂମିରେ ସୁଦର୍ଶନ ପଟ୍ଟନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ସୁନ୍ଦର ବାଲୁକା ପ୍ରକିକୃତି ନିର୍ମାଣ କରିଛନ୍ତି । ଯାହାକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ବେଶ୍ ଭିଡ଼ ଲାଗିଛି । ନେତାଜୀଙ୍କ ୧୨୮ତମ ଜୟନ୍ତୀକୁ ପରାକ୍ରମ ଦିବସ ଭାବେ ମଧ୍ୟ ପାଳନ କରାଯାଉଥିବାବେଳେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ବିରତ୍ବ ଗାଥାକୁ ମନେ ପକାଉଛି ସାରା ଦେଶ ।
ଏହା ମଧ୍ୟ ପଢନ୍ତୁ ...ଆଜି ଶପଥ ନେବେ ଟ୍ରମ୍ପ, ବାଲୁକା କଳାରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ - SUDARSHAN PATTNAIK SAND ART
ଏହା ମଧ୍ୟ ପଢନ୍ତୁ ...ମକର ସଂକ୍ରାନ୍ତି 2025: ବାଲୁକାରେ ଦେଶବାସୀଙ୍କ ଶୁଭେଚ୍ଛା ଜଣାଇଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ - SAND ART ON MAKAR SANKRANTI
ଇଟିଭି ଭାରତ, ପୁରୀ