Surprise Me!

ବାଲୁକା କଳାରେ ପହଲଗାମ ମୃତକଙ୍କୁ ସୁଦର୍ଶନଙ୍କ ଶ୍ରଦ୍ଧାଞ୍ଜଳି

2025-04-24 10 Dailymotion

Sand tribute to Pahalgam Terror Attack ପୁରୀ: ଜମ୍ମୁ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ନିରୀହ ପର୍ଯ୍ୟଟକଙ୍କ ମୃତ୍ୟୁକୁ ନେଇ ସାରା ଦେଶବାସୀ ସ୍ତବ୍ଧ । ଏଭଳି ଅମାନବୀୟ ଆକ୍ରମଣକୁ ସାରା ବିଶ୍ଵରେ ଦୃଢ଼ ନିନ୍ଦା କରାଯାଇଛି । ତେବେ ଏହି ଦୁଃଖଦ ସମୟ ସାରା ଦେଶବାସୀ ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି । ଏହି ଦୁଃଖଦ ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ସୁଦର୍ଶନ ପୁରୀ ବେଳାଭୂମିରେ ଏହାକୁ ନେଇ ଏକ ବାଲୁକା ଚିତ୍ରକଳା ନିର୍ମାଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି  । ଘଟଣା ସ୍ଥଳରେ ଆତଙ୍କବାଦୀଙ୍କ ଆକ୍ରମଣ ପରେ ଯେଉଁ ଦୁଃଖଦ ସ୍ଥିତି ରହିଥିଲା ସେହି ଦୃଶ୍ୟକୁ ଏହି ବାଲୁକା ଚିତ୍ରକଳାରେ ଦର୍ଶାଯାଇଛି । ପୁରୀ ବେଳାଭୂମିରେ ଉପସ୍ଥିତ ପର୍ଯ୍ୟଟକ ମାନେ ମଧ୍ୟ ବାଲୁକା ଚିତ୍ରକଳା ମାଧ୍ୟମରେ ନିଜର ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି  । ଏହି ଅବସରରେ ଆତଙ୍କବାଦୀଙ୍କ ବିରୋଧ କେନ୍ଦ୍ର ସରକାର କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସମସ୍ତ ଦାବି ରଖିଛନ୍ତି ।

ଏହା ମଧ୍ୟ ପଢନ୍ତୁ:

ବାଲେଶ୍ବରରେ ପ୍ରଶାନ୍ତଙ୍କ ମରଶରୀର, ଶୋକରେ ବୁଡ଼ିଲା ଜନ୍ମମାଟି, ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ପହଲଗାମରେ କେମିତି ଆତଙ୍କୀ ଗୁଳିର ଶିକାର ହେଲେ ପ୍ରଶାନ୍ତ ? ଛାତିଥରା କଥା କହିଲେ ପତ୍ନୀ

କିଏ ବିନୟ ନରୱାଲ ? ହନିମୁନ ଟ୍ରିପରେ ଯାଇଥିଲେ, ଧର୍ମ ପଚାରି ଗୁଳି କରିଦେଲେ ଆତଙ୍କବାଦୀ

ପହଲଗାମ ଆତଙ୍କବାଦୀ ଆକ୍ରମଣ; ନିନ୍ଦା କଲେ ସେଲିବ୍ରିଟି, କହିଲେ- 'ଅପରାଧୀଙ୍କୁ ମିଳୁ ଦଣ୍ଡ'

ଇଟିଭି ଭାରତ, ପୁରୀ