Diarrhea Cholera Cause Symptoms Treatment କଟକ: ରାଜ୍ୟରେ ଥମୁନି ଡାଇରିଆ ଆତଙ୍କ । ଜିଲ୍ଲାକୁ ଜିଲ୍ଲା ଡେଉଁଛି ଝାଡାବାନ୍ତି । ଯାଜପୁର, ଭଦ୍ରକ, ବାଲେଶ୍ବର, କଟକ ଭଳି ଏକାଧିକ ଜିଲ୍ଲାରେ ଝାଡାବାନ୍ତି ବ୍ୟାପିବାରେ ଲାଗିଛି । ତେବେ ବାହାର ଖାଦ୍ୟ ନା ପାଣି ? କେଉଁ କାରଣରୁ ହୁଏ ଡାଇରିଆ ? କେମିତି ଜାଣିବେ ଆପଣ ଡାଇରିଆରେ ଆକ୍ରାନ୍ତ ହୋଇଛନ୍ତି । ସବୁ ତରଳ ଝାଡା କଣ ଡାଇରିଆ କି ? କେତେବେଳେ ଜଣେ ଡାଇରିଆ ଆକ୍ରାନ୍ତ ଡ଼ାକ୍ତରଙ୍କ ପରାମର୍ଶ ନେବେ ? କେମିତି ଏହାର ମୁକାବିଲା କରିବେ । ଘରର ଯଦି ଜଣେ ସଦସ୍ୟ ଡାଇରିଆର ଆକ୍ରାନ୍ତ ହୁଅନ୍ତି, ଏହା ସମସ୍ତ ସଦସ୍ୟଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ କି ? ଜଣେ ଡାଇରିଆ ଆକ୍ରାନ୍ତ କେଉଁ ଖାଦ୍ୟ ଖାଇବା ଉଚିତ ? କେତେ ମାରାତ୍ମକ ? ଜଣେ ଘରେ କେମିତି ଯତ୍ନ ନେବ । କେମିତି ଏହାର ମୁକାବିଲା କରିବେ । ତମାମ ପ୍ରସଙ୍ଗରେ କଟକ ଏସସିବି ମେଡିକାଲର ବରିଷ୍ଠ ଚିକିତ୍ସିକ ଡାକ୍ତର ଜୟନ୍ତ ପଣ୍ଡାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ କଟକ ସମ୍ବାଦଦାତା ନାରାୟଣ ସାହୁ । ଶୁଣନ୍ତୁ ଡାଇରିଆ ହେଲେ କଣ କରିବେ । କେମିତି ସତର୍କ ରହିବେ । ଇଟିଭି ଭାରତକୁ ସବିଶେଷ ସୂଚନା ଦେଇଛନ୍ତି ଡାକ୍ତର ଜୟନ୍ତ ପଣ୍ଡା । ହଇଜା କେମିତି ବ୍ୟାପେ ।
ଡାଇରିଆ ସମ୍ପର୍କିତ ଖବର ପଢନ୍ତୁ:
ଯାଜପୁର-କଟକ-ଭଦ୍ରକ ଜିଲ୍ଲାରେ ଡାଇରିଆ ସ୍ଥିତି, କେନ୍ଦ୍ରୀୟ ଟିମ କରିବେ ଅନୁଧ୍ୟାନଡାଇରିଆ ଆକ୍ରାନ୍ତ ଥିଲେ କେମିତି ଜାଣିବେ, ଲକ୍ଷଣ ନେଇ କଣ କହୁଛନ୍ତି ଡାକ୍ତର ?
ଯାଜପୁରରେ ଆଉ 16 ହଇଜା ପଜିଟିଭ, ଜିଲ୍ଲାରେ ମୃତ୍ୟୁ ସଂଖ୍ୟା 6କୁ ବୃଦ୍ଧି
କଟକକୁ ଡାଇରିଆ ଚିନ୍ତା, ସହରରେ ବନ୍ଦ ହେବ ଷ୍ଟ୍ରୀଟ ଫୁଡ ବ୍ୟବସାୟ !