Surprise Me!

ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ନେଇ ଉତ୍ସବମୁଖର, ନାଚିଲେ ସ୍ୱାସ୍ଥ୍ୟମନ୍ତ୍ରୀ

2025-06-20 0 Dailymotion

ଭୁବନେଶ୍ୱର: ପାଖେଇ ଆସିଲାଣି ସମୟ । ଆଉ ମାତ୍ର କିଛି ସମୟ ବ୍ୟବଧାନ ପରେ ରାଜଧାନୀରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ଆରମ୍ଭ ହୋଇଗଲାଣି ନାଚଗୀତ । ଆସୁଛନ୍ତି ପ୍ରଧାନମନ୍ତୀ ନରେନ୍ଦ୍ର ମୋଦି । ମୋଦିଙ୍କ ଆଗମନ ଅପେକ୍ଷାରେ ସଜେଇ ହୋଇଛି ଜନତା ମଇଦାନ । ମଞ୍ଚ ବି ପ୍ରସ୍ତୁତ। ସୁରକ୍ଷା ବ୍ୟବସ୍ଥା ବି ପୂରା କଡ଼ାକଡ଼ି । ରାଜଧାନୀ ପୂରା ପୋଲିସ୍ ଛାଉଣୀରେ ପରିଣତ ହୋଇଛି।  

 ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଉତ୍ସବମୁଖର ପରିବେଶ । ନାଚିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଅପରେସନ ସିନ୍ଦୂର ପରେ ପ୍ରଥମ ଥର ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ । ଏୟାରପୋର୍ଟରୁ ତ୍ରିରଙ୍ଗା ଯାତ୍ରା ସହ ମୋଦି କରିବେ ବଡ଼ ରୋଡ୍ ସୋ । ଓଡ଼ିଶାକୁ 19 ହଜାର କୋଟି ପ୍ରକଳ୍ପର ଭେଟି ଦେବେ ପ୍ରଧାନମନ୍ତ୍ରୀ । 2750 କୋଟି ରେଳ ପ୍ରକଳ୍ପର କରିବେ ଶିଳାନ୍ୟାସ ଓ ଉଦ୍‌ଘାଟନ । ବିଶିଷ୍ଟ ଓଡ଼ିଆମାନଙ୍କ ଅବଦାନକୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ ଆରମ୍ଭ କରିବେ ।