ପୁରୀ: ଜୀବନ ବଞ୍ଚାଉଛି ଅକ୍ସିଜେନ କ୍ୟାନ୍ । ରଥଯାତ୍ରା ସମୟରେ ଅଗ୍ନିଶମ ବିଭାଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଚଳିତବର୍ଷ ରଥଯାତ୍ରାରେ ଅଗ୍ନିଶମ ବିଭାଗର ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି । ଯେଉଁ ଭକ୍ତମାନେ ଜନଗହଳି ଭିତରେ ଅସୁସ୍ଥ ହୋଇ ପଡୁଛନ୍ତି ବା ଅଣନିଶ୍ୱାସୀ ହୋଇ ପଡୁଛନ୍ତି । ଏହି ଟିମ ସେମାନଙ୍କୁ ରେସକ୍ୟୁ କରୁଛନ୍ତି । ବଡ଼ କଥା ହେଉଛି ସେମାନେ କେବଳ ରେସକ୍ୟୁ କରି ଷ୍ଟ୍ରେଚରରେ ନେଉଛନ୍ତି, ତାହା ନୁହେଁ ବରଂ ଅସୁସ୍ଥମାନଙ୍କୁ ସଙ୍ଗେ ସଙ୍ଗେ ଅକ୍ସିଜେନ ଯୋଗାଉଛନ୍ତି । ଯେଉଁ ଟିମରେ ୮ରୁ ୧୦ ଜଣ କର୍ମଚାରୀ ସାମିଲ ଅଛନ୍ତି । ସେହିପରି ନିଶ୍ୱାସ ପ୍ରଶ୍ୱାସ ସଠିକ ପାଇଁ ହାର୍ଟକୁ ମେସିନ ସାହାଯ୍ୟରେ ପମ୍ପିଂ କରୁଛନ୍ତି ଅଗ୍ନିଶମ କର୍ମଚାରୀ ।
ଏଥିପାଇଁ ବିଭାଗ ପକ୍ଷରୁ ପମ୍ପିଂ ମେସିନ ଏବଂ ଅକ୍ସିଜେନ କ୍ୟାନ ମଧ୍ୟ ଯୋଗାଇ ଦିଆଯାଇଛି । ଏହା ପ୍ରଥମ ଥର ରଥଯାତ୍ରାରେ ଦେଖିବାକୁ ମିଳିଛି । ଯାହାଦ୍ୱାରା ଅନେକ ଅସୁସ୍ଥ ଶ୍ରଦ୍ଧାଳୁ ଉପକୃତ ହୋଇ ପାରୁଛନ୍ତି । ଛୋଟ କ୍ୟାନ ଅକ୍ସିଜେନ ଲଗାଇ ଅସ୍ଥାୟୀ ହସ୍ପିଟାଲରେ ଭର୍ତ୍ତି କରୁଛନ୍ତି । ସେଠାରେ ସେମାନଙ୍କ ଉତ୍ତମ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି । ଫଳରେ ଏହି ଛୋଟ ଅକ୍ସିଜେନ କ୍ୟାନ ଏବଂ ପମ୍ପିଂ ମେସିନରେ ଅନେକ ରୋଗୀଙ୍କ ଜୀବନ ବର୍ତ୍ତି ଯାଉଛି ।
ଏହା ମଧ୍ଯ ପଢନ୍ତୁ...Rath Yatra 2025: ରଥରେ ଗଜପତି ମହାରାଜଙ୍କ ଛେରାପହଁରା - PURI RATH YATRA 2025 LIVE UPDATES
ଏହା ମଧ୍ଯ ପଢନ୍ତୁ...ଚର୍ମ ଚକ୍ଷୁରେ କାଳିଆକୁ ଦେଖିବାକୁ ଆତୁର ଭକ୍ତ, ଲୋକାରଣ୍ୟ ଶ୍ରୀକ୍ଷେତ୍ର - PURI RATH YATRA 2025
ଏହା ମଧ୍ଯ ପଢନ୍ତୁ...ବଡ଼ଦାଣ୍ଡରେ ପ୍ରବଳ ଗୁଳୁଗୁଳି, 350ରୁ ଅଧିକ ଭକ୍ତ ଅଚେତ୍ - PURI RATH YATRA 2025 CROWD
ଏହା ମଧ୍ୟ ପଢନ୍ତୁ...ରଥଯାତ୍ରାରେ ଅଘଟଣ, ସମୁଦ୍ରରେ ଗାଧୋଇବା ବେଳେ ପର୍ଯ୍ୟଟକ ଆହତ - TOURISTS INJURED AT PURI BEACH
ଇଟିଭି ଭାରତ, ପୁରୀ