ପୁରୀ: ଆଜି ପବିତ୍ର ବାହୁଡା ଯାତ୍ରା । ଜନ୍ମବେଦୀରେ ଲୀଳାଖେଳା ସାରି ବଡ ଭାଇ ବଳଭଦ୍ର ଓ ସାନ ଭଉଣୀ ସୁଭଦ୍ରାଙ୍କୁ ସାଥିରେ ଧରି ଶ୍ରୀମନ୍ଦିର ଫେରିବେ ମହାପ୍ରଭୁ ଜଗନ୍ନାଥ । ତିନିଠାକୁରଙ୍କୁ କୋଳେଇ ନେବାକୁ ଶରଧାବାଲିରେ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ଅପେକ୍ଷା କରିଛନ୍ତି । ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ବାରରେ ଦାରୁବ୍ରହ୍ମଙ୍କ ଅପେକ୍ଷାରେ ରହିଛନ୍ତି ତିନି ରଥ । ତିନିଠାକୁରଙ୍କୁ ରତ୍ନ ସିଂହାସନକୁ ପାଛୋଟି ଆଣିବାକୁ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଜମାଇଲେଣି । ପୁଷ୍ପମାଳାରେ ସୁସଜ୍ଜିତ ହୋଇଛି ମହାପ୍ରଭୁଙ୍କ ଜନ୍ମବେଦୀ ଗୁଣ୍ଡିଚା ମନ୍ଦିର । ଏହି ଅବସରରେ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ସମସ୍ତଙ୍କୁ ପବିତ୍ର ବାହୁଡ଼ା ଯାତ୍ରାର ଶୁଭକାମନା ଜଣାଇଛନ୍ତି । ପୁରୀ ବେଳାଭୂମିରେ ମହାପ୍ରଭୁଙ୍କ ସୁନ୍ଦର ବାଲୁକା ଚିତ୍ର କଳାକୃତି ଆଙ୍କି ସମସ୍ତଙ୍କୁ ଶୁଭକାମନା ଜଣାଇଛନ୍ତି । ଏହାକୁ ଦେଖିବାକୁ ପର୍ଯ୍ୟଟକ ବେଶ୍ ଭିଡ଼ ଜମିଛି ।
ଏହା ମଧ୍ୟ ପଢନ୍ତୁ: ବାହୁଡିବେ ଦାରୁଦିଅଁ; ଜନ୍ମବେଦୀରେ ସରିଲା ଲୀଳାଖେଳ, ଅପେକ୍ଷାରତ ତିନି ରଥ ଓ ଭକ୍ତ
ପୁରୀ, ଇଟିଭି ଭାରତ