Surprise Me!

ନଦୀ ପାର ବେଳେ ଭାସିଗଲେ ହାତୀପଲ, ଉଦ୍ଧାର ପାଇଁ ନାକେଦମ୍‌ ବନବିଭାଗ

2025-07-07 18 Dailymotion

ଢେଙ୍କାନାଳ: ନଦୀପାର ବେଳେ ଭାସିଗଲେ ହାତୀପଲ । ୪୦ ଟିକିଆ ହାତୀପଲ ବ୍ରାହ୍ମଣୀ ନଦୀ ପାର ହେଉଥିବାବେଳେ ସେଥିରୁ ୩ ହାତୀ ପାଣିରେ ଭାସିଯାଇଛନ୍ତି । ଦୀର୍ଘ ସମୟଧରି ସଂଘର୍ଷ ପରେ ହାତୀ ୩ଟିକୁ ଉଦ୍ଧାର କରାଯାଇଛି । 


ସୂଚନା ଅନୁସାରେ, ଗତକାଲି (ରବିବାର) ସନ୍ଧ୍ୟା ସମୟରେ ୪୦ ଟିକିଆ ହାତୀପଲ ଢେଙ୍କାନାଳ ମହାବିରୋଡ ରେଞ୍ଜ ବାରବାଙ୍କ ଜଙ୍ଗଲରୁ ବାହାରି ପାଳସାହି ନିକଟରେ ବ୍ରାହ୍ମଣୀ ନଦୀ ପାର ହେଉଥିଲେ । ଏହି ସମୟରେ ନଦୀରେ ପାଣି ମାଡି ଆସିଥିଲା । କିଛି ହାତୀ ନଦୀ ପାର ହୋଇଯାଇଥିବା ବେଳେ ସେଥିରୁ ୩ଟି ହାତୀ ନଦୀ ଟାପୁରେ ଅଟକି ରହିଯାଇଥିଲେ । କିଛି ସମୟ ବ୍ୟବଧାନରେ ହାତୀ ୩ଟି ନଦୀ ପାର ହେବାପାଇଁ ଉଦ୍ୟମ କରୁଥିବାବେଳେ ନଦୀ ସ୍ରୋତରେ ଭାସିଯାଇଥିଲେ । ଦୀର୍ଘ ସମୟ ଧରି ହାତୀ ୩ଟି ସଂଘର୍ଷ କରିବା ପରେ ଆଜି ଭୋର ସମୟରେ ସୁରକ୍ଷିତ ଭାବେ ନଦୀରୁ ପାର ହୋଇ ଖଡଗପ୍ରସାଦ ଅଞ୍ଚଳକୁ ଚାଲିଯାଇଛନ୍ତି । ରାତି ତମାମ ବନବିଭାଗ ହତୀ ୩ଟିକୁ ଜଗିରହି ନିକେଦମ ହେବାକୁ ପଡିଛି । 

ଏହା ମଧ୍ୟ ପଢ଼ନ୍ତୁ...

ଗଜରାଜଙ୍କ ସୁରକ୍ଷାରେ ବନ ବିଭାଗ, ଜଙ୍ଗଲରେ ହାତୀଙ୍କ ପାଇଁ ଲାଗିବ ବାଉଁଶ ଓ ପଣସ ଗଛ

ଡିଜେ ଶବ୍ଦକୁ ନେଇ ଭିଡ଼ ମଧ୍ୟରେ ବେକାବୁ ଗଜରାଜ: ଅହମ୍ମଦାବାଦ ରଥଯାତ୍ରାରେ ହାତୀ ଆତଙ୍କ

ଇଟିଭି ଭାରତ, ଢେଙ୍କାନଳ