Chanchal Rana BMC Commissioner, ଭୁବନେଶ୍ବର: ୧୭ତମ ବିଏମସି କମିଶନର ଭାବେ ଦାୟିତ୍ୱ ନେଲେ ଚଞ୍ଚଳ ରାଣା । ବିଧିବଦ୍ଧ ଭାବେ କାର୍ଯ୍ୟରେ ଯୋଗ ଦେଲେ ନୂଆ ବିଏମସି କମିଶନର ଚଞ୍ଚଳ ରାଣା । ଭାରପ୍ରାପ୍ତ ବିଏମସି କମିଶନର ରତ୍ନାକର ସାହୁ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବା ପରେ କାର୍ଯ୍ୟ ଆରମ୍ଭ କରିଛନ୍ତି ନୂଆ କମିଶନର । କାର୍ଯ୍ୟରେ ଯୋଗ ଦେବା ପରେ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ସହ ଭିଡିଓ କାନଫରେନସିଂ ମାଧ୍ୟମରେ ଆଲୋଚନା କରିବା ସହ ବିଏମିର ସମସ୍ତ ଅଧିକାରୀଙ୍କ ସହ ଗୁରୁତ୍ୱପୂର୍ଣ ବୈଠକ କରିଛନ୍ତି । ପୂର୍ବରୁ ପୁରୀ ଜିଲ୍ଲାପାଳ ଦାୟିତ୍ୱରେ ଥିଲେ ଚଞ୍ଚଳ ରାଣା ।
ଦାୟିତ୍ୱ ଗ୍ରହଣ କରିବା ପରେ ଚଞ୍ଚଳ ରାଣା କହିଛନ୍ତି, "ବିଏମସିର ମେୟର ଅଧିକାରୀ ଓ କର୍ମଚାରୀଙ୍କ ସହ ବିଭିନ୍ନ ଦିଗକୁ ନେଇ ଆଲୋଚନା କରିଲି । ବିଶେଷ କରି ଭୁବନେଶ୍ୱର ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଯେଉଁ ଲକ୍ଷ୍ୟ ରହିଛି ଏବଂ ରାଜଧାନୀବାସୀଙ୍କ ସୁବିଧା ସୁଯୋଗ ଆଶା ଆକାଂକ୍ଷା ସହ ଯେଉଁ ଅଭିଯୋଗ ରହିଛି ତାହା କିଭଳି ତ୍ଵରାନ୍ବିତ ହେବ ସେନେଇ କାର୍ଯ୍ୟ କରିବି । କ୍ଷେତ୍ର ପରିଦର୍ଶନ ବା ୱାର୍ଡ ବୁଲିବା ସହ ଲୋକଙ୍କ ସମସ୍ୟା କଣ ରହିଛି, ତାକୁ ବୁଝିବା ମୋର ପ୍ରାଥମିକତା ରହିବ । ପାର୍ବଣ ହେଉ ଅବା ପରିମଳ, ଜଳବନ୍ଦୀ ଅବା ରାସ୍ତାଘାଟ ସମସ୍ୟା କିଭଳି ତ୍ୱରିତ ଭାବେ ସମାଧାନ ହେବ ସେନେଇ କାର୍ଯ୍ୟ ଖୁବଶୀଘ୍ର କାର୍ଯ୍ୟ ଆରମ୍ଭ ହେବ । ପୂର୍ବ ନିର୍ଦ୍ଧାରିତ ଯୋଜନା ସହ କାର୍ଯ୍ୟ କରିବି। ଆଉ ବିଶେଷକରି ଉତ୍ତମ ବୁଝାମଣା ସହ ସମସ୍ତଙ୍କୁ ସାଙ୍ଗରେ ନେଇ ମୋର ଦାୟିତ୍ୱ ତୁଲାଇବାକୁ ଚେଷ୍ଟା କରିବି ।
ଇଟିଭି ଭାରତ, ଭୁବନେଶ୍ବର