Surprise Me!

ରାଜଧାନୀରେ ନିଆରା ରକ୍ଷା ବନ୍ଧନ, ଗଛରେ ଅର୍ଗାନିକ ରାକ୍ଷୀ ବାନ୍ଧିଲେ ମହିଳା

2025-08-09 4 Dailymotion

Raksha Bandhan 2025   ଭୁବନେଶ୍ବର: ଆଜି ପବିତ୍ର ରକ୍ଷାବନ୍ଧନ । ଭାଇ ହାତରେ ସ୍ନେହରେ ରାକ୍ଷୀ ବାନ୍ଧିଛି ଭଉଣୀ । ଭଉଣୀର ସୁରକ୍ଷା ପାଇଁ ପ୍ରତିଶ୍ରୁତି ଦେଇଛି ଭାଇ । ହେଲେ ରାଜଧାନୀରେ ଦେଖିବାକୁ ମିଳିଥିଲା ଏକ ନିଆରା ଦୃଶ୍ୟ । ଏଠି ଭଉଣୀମାନେ, ଗଛରେ ହାତ ତିଆରି ସୁନ୍ଦର ରାକ୍ଷୀ ବାନ୍ଧିବା ସହିତ ଦେଇଛନ୍ତି ସଚେତନତାର ବାର୍ତ୍ତା । ଭୁବନେଶ୍ବରସ୍ଥିତ ବକୁଳ ଫାଉଣ୍ଡେସନ ପରିସରରେ ଅନୁଷ୍ଠିତ ହୋଇଛି ନିଆରା ରକ୍ଷାବନ୍ଧନ କାର୍ଯ୍ୟକ୍ରମ ।

ବୃକ୍ଷ ହିଁ ଆମର ପ୍ରକୃତ ରକ୍ଷକ:

ବୃକ୍ଷ ହିଁ ଆମର ପ୍ରକୃତ ରକ୍ଷକ, ଏହି ବାର୍ତ୍ତା ନେଇ ଗଛରେ ରାକ୍ଷୀ ବାନ୍ଧିଛନ୍ତି ଭଉଣୀ । ମଞ୍ଜିରେ ତିଆରି ରାକ୍ଷୀ ବାନ୍ଧି ଆଉ ଏକ ଜୀବନ ସୃଷ୍ଟି ପାଇଁ ସମ୍ଭାବନା ତିଆରି କରିଛନ୍ତି । ବକୁଳ ଫାଉଣ୍ଡେସନ ପକ୍ଷରୁ 'ବୃକ୍ଷ ହିଁ ଆମର ପ୍ରକୃତ ରକ୍ଷକ ତଥା ଆମର ଜୀବନର ଆଧାର' ବାର୍ତ୍ତା ନେଇ ଗଛରେ ରାକ୍ଷୀ ବାନ୍ଧି ରାକ୍ଷୀ ପୁର୍ଣିମା ପାଳନ କରାଯାଇଛି । 

ଅର୍ଗାନିକ ରାକ୍ଷୀ ପିନ୍ଧାଇଲେ:

ସାଧାରଣ ରାକ୍ଷୀ ପିନ୍ଧି ସାରିବା ପରେ କୌଣସି ବ୍ୟବହାରରେ ଆସିନଥାଏ । ମାତ୍ର ଅର୍ଗାନିକ ରାକ୍ଷୀ ବା ପ୍ରକୃତିରୁ ଜାତ ସାମଗ୍ରୀରୁ ପ୍ରସ୍ତୁତ ଏହି ରାକ୍ଷୀ କଲରା ମଞ୍ଜି, ବରକୋଳି ମଞ୍ଜିରୁ ତିଆରି ହୋଇଛି । ଏହି ଇକୋ ଫ୍ରେନ୍ଡଲି ରାକ୍ଷୀକୁ ବାନ୍ଧିବା ପରେ ଆପଣ ମାଟିରେ ପକାଇ ନୂତନ ଗଛ ସୃଷ୍ଟି କରିପାରିବେ । ତେଣୁ ଏହି ନିଆରା ବାର୍ତ୍ତା ନେଇ ଭଉଣୀମାନେ ବିଭିନ୍ନ ଗଛରେ ରାକ୍ଷୀ ବାନ୍ଧିଛନ୍ତି । 

ଯବାନଙ୍କ ହାତରେ ରାକ୍ଷୀ ବାନ୍ଧିବେ କଲେଜ ଛାତ୍ରୀ, 11 ବର୍ଷ ଧରି ଚାଲିଛି ଏହି ପରମ୍ପରାରାକ୍ଷୀ ପୂର୍ଣ୍ଣିମା: ଭାଇ ଭଉଣୀର ସମ୍ପର୍କ ଏକ ନାଁ ନୁହେଁ ଏକ ଦାୟିତ୍ବପଞ୍ଚଗବ୍ୟ ରାକ୍ଷୀ: ସଂପର୍କର ଡୋରରେ ପରିବେଶ ସୁରକ୍ଷା ବାର୍ତ୍ତା

 


ଇଟିଭି ଭାରତ, ଭୁବନେଶ୍ବର